'ଦାଦା' ବିସିଆଇର ବସ୍ ହେବାକୁ ନେଇ ଶାସ୍ତ୍ରୀ କହିଲେ ଏପରି କିଛି

jananayak

jananayak

Author 2019-10-27 11:44:47

imgThird party image reference

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏନେଇ ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ବଡ଼ ମନ୍ତବ୍ୟ ପ୍ରଦାନ କରିଛନ୍ତି । ବିସିସିଆଇ ଅଧ୍ୟକ୍ଷ ଭାବେ ଗାଙ୍ଗୁଲିଙ୍କ ନିଯୁକ୍ତି ଭାରତୀୟ କ୍ରିକେଟକୁ ଆଗରେ ନେବାର ଏକ ସଠିକ ପଦକ୍ଷେପ ବୋଲି କହିଛନ୍ତି ଶାସ୍ତ୍ରୀ ।

imgThird party image reference

ସେ ଆହୁରି କହିଛନ୍ତି ଯେ, ବିସିସିଆଇ ଅଧ୍ୟକ୍ଷ ହେବାରୁ ସୌରଭଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଉଛି । ତାଙ୍କ ନିଯୁକ୍ତି ଭାରତୀୟ କ୍ରିକେଟକୁ ସଠିକ ଦିଗକୁ ନେବାର ଏକ ବଡ଼ ସଙ୍କେତ । ସେ ସର୍ବଦା ଏକ ସ୍ୱାଭାବିକ ନେତା ରହି ଆସିଛନ୍ତି । ତାଙ୍କ ପରି ବ୍ୟକ୍ତି ଏହି ପଦ ପାଇଁ ଫିଟ । ଏହା ପୂର୍ବରୁ ସେ ବଙ୍ଗାଲ କ୍ରିକେଟ ସଂଘରେ ମଧ୍ୟ ୪-୫ ବର୍ଷ ଯାଏ ଅଧ୍ୟକ୍ଷ ଭାବେ ନିଜ ସେବା ପ୍ରଦାନ କରିଛନ୍ତି । ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଭାବେ ନିଯୁକ୍ତି ହେବା ଭାରତୀୟ କ୍ରିକେଟ ପାଇଁ ସଠିକ ପଦକ୍ଷେପ ବୋଲି ଶାସ୍ତ୍ରୀ କହିଛନ୍ତି ।

imgThird party image reference

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପାଇଁ ଏହା ସବୁଠାରୁ ବଡ଼ ସମସ୍ୟା ଥିଲା । ବିସିସିଆଇକୁ ପୁଣି ବିଶାଳ କରିବା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ଶାସ୍ତ୍ରୀ କହିଛନ୍ତି । ଏହାସହ ସେ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଥିବା ବ୍ୟକ୍ତିଙ୍କ ଆଲୋଚନା କରିଛନ୍ତି ।

READ SOURCE

Experience triple speed

Never miss the exciting moment of the game

DOWNLOAD