ଟସ ପକେଇବା ପାଇଁ ୨ ନୁହଁ ବରଂ ୩ ଜଣ ଅଧିନାୟକ ଆସିଥିଲେ ପଡିଆକୁ

bindasodia

bindasodia

Author 2019-10-01 01:22:13

ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ର ମହିଳା କ୍ରିକେଟ ଟିମ ମଧ୍ୟରେ ୨୯ ସେପ୍ଟେମ୍ବର ରେ ଖେଳାଯାଇଥିବା ମ୍ୟାଚ ରେ ଏକ ଅଜବ ଘଟଣା ଘଟିଛି । ସିଡନୀ ରେ ଖେଳାଯାଇଥିବା ଏହି ମ୍ୟାଚ ରେ ଟସ ସମୟରେ ପଡିଆକୁ ୨ ନୁହଁ ବରଂ ୩ ଜଣ ଅଧିନାୟକ ଆସିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

imgThird party image reference

ଅଷ୍ଟ୍ରେଲିଆ ର ମହିଳା ଅଧିନାୟକ ମେଗ ଲେନିଙ୍ଗ ଏଲିସା ହିଲୀ ଙ୍କୁ ଟସ ପାଇଁ ଅଧିନାୟକ ବନେଇ ପଡିଆକୁ ଡାକିଲେ । ଶ୍ରୀଲଙ୍କା ତରଫରୁ ଚମାରୀ ଅଟ୍ଟାପଟ୍ଟୁ ପଡିଆରେ ଉପସ୍ଥିତ ଥିଲେ । ଯେବେ ଗୋଟେ ଟିମ ତରଫ ରୁ ୨ ଜଣ ଅଧିନାୟକ ଆସିବାର କାରଣ ପଚାରିବାରୁ ସେ ନିଜକୁ ଟସ ପାଇଁ ଅନଲକୀ ବୋଲି କହିଥିଲେ ।

imgThird party image reference

ମେଗ ଲେନିଙ୍ଗ କହିଲେ, “ଟସ ରେ ମୋ ରେକର୍ଡ ବହୁତ ଖରାପ ଅଛି । ଏଲିସା କିଛି କହି ଟସ କଲା ଓ ଆମେ ଜିତିଗଲୁ ।” ଏହି ମ୍ୟାଚ ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭର ରେ ୪ ଟି ଵିକେଟ ହରେଇ ୨୧୭ ରନ କରିଥିଲେ କିନ୍ତୁ ବିଶାଳ ଟାର୍ଗେଟ କୁ ପିଛା କରି ଶ୍ରୀଲଙ୍କା ଟିମ ନିର୍ଧାରିତ ୨୦ ଓଭର ରେ ୭ ଟି ଵିକେଟ ହରେଇ ୧୭୬ ରନ ହିଁ କରିପାରିଥିଲେ ।

READ SOURCE

⚡️Fastest Live Score

Never miss any exciting cricket moment

OPEN