ଧୋନି ସେୟାର କଲେ ଏକ ନୂଆ ଭିଡ଼ିଓ, ଏହି କାରଣ ପାଇଁ ମାଗିଲେ କ୍ଷମା

jananayak

jananayak

Author 2019-09-26 10:08:14

imgଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ରିକେଟ ଜଗତରୁ ଦୂରେଇ ଅଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ନିଜ ପରିବାର ସହ ସମୟ ବିତାଉଛନ୍ତି ମାହି । ସେ କ୍ରିକେଟରୁ ସନ୍ନ୍ୟାସ ନେବେ ବୋଲି କ୍ରମାଗତ ତାଙ୍କ ଫ୍ୟାନ୍ସ ଅନୁମାନ କରୁଛନ୍ତି । ଅନ୍ୟପକ୍ଷେ ଏହି ମାମଲାରେ ନୀରବତା ରକ୍ଷା କରିଛନ୍ତି ସେ ।

imgଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନିକଟ ଅତୀତରେ ଧୋନି ନିଜ ଇଷ୍ଟାଗ୍ରାମ ଏକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ବନ୍ଧୁ ସୀମାନ୍ତ ବ୍ୟାଟିଂ କରୁଥିବାର ନଜରକୁ ଆସିଛୁ । ସାମାନ୍ତ ବ୍ୟାଟିଂ କରୁଥିବା ବେଳେ ବୋଲ୍ଡ ହୋଇଯାଆନ୍ତି, କିନ୍ତୁ ସେ କହୁଛନ୍ତି ଯେ ଅନ୍ଧାର ଯୋଗୁଁ ସେ ବଲ ଦେଖି ପାରି ନଥିଲେ ।

imgଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମାହି ଏହି ଭିଡିଓର କ୍ୟାପ୍ଶନରେ ଲେଖିଛନ୍ତି ଯେ, "କଣ ହେବ ତାହା ଯେତେବେଳେ ଆପଣଙ୍କୁ ସବୁ ଜଣା ଅଛି ଓ ଆପଣ ନିଜ କ୍ୟାମେରା ଅନ୍ କରି ଦେଇଛନ୍ତି ଓ ଆଗାମୀ ୧ ମିନିଟରେ ଆପଣଙ୍କୁ ତାହା ମିଳିଯାଏ । ଅନ୍ଧକାର ପାଇଁ କ୍ଷମା ମାଗୁଛି, କିନ୍ତୁ ଏହା ମଜାଦାର ଥିଲା । ପ୍ରଥମ ବଲ ଟ୍ରାଇ ବଲ ହୋଇଥାଏ, ଅମ୍ପାୟରଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ହୋଇଥାଏ । ସ୍କୁଲ ଦିନର ଏହି ସ୍ମୃତି ପୁଣି ଫେରେଇ ଆଣିଛି । ଆମେ କ୍ରିକେଟରେ ଏପରି ଘଟଣା କେବେ ନା କେବେ ଦେଖିଛେ । ଆପଣ ମଧ୍ୟ ଏହା ଆନନ୍ଦ ଉପଭୋଗ କରନ୍ତୁ ।"

imgଫଟୋ ସୌଜନ୍ୟ: ସୋସିଆଲ ମିଡିଆ


READ SOURCE

⚡️Fastest Live Score

Never miss any exciting cricket moment

OPEN